ପୁରା ଖବର ବିଷୟରେ


ଅଙ୍ଗନବାଡି ନିଯୁକ୍ତି କୁ ନେଇ ଅସନ୍ତୋଷ ୱାର୍ଡ ବାସୀ । DHENKANAL NEWS ||

May 12 2025 2:15AM
Posted By: ସୂଚନା ମିଡିଆ ଢେଙ୍କାନାଳ

'ଅଙ୍ଗନବାଡି ନିଯୁକ୍ତି କୁ ନେଇ ଅସନ୍ତୋଷ ୱାର୍ଡ ବାସୀ ,କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କରମୂଳ ଗ୍ରାମ ର ଅଙ୍ଗନବାଡ଼ି କେନ୍ଦ୍ର (କ) ପାଇଁ ଏକ ନିଯୁକ୍ତି ପ୍ରକାଶ ପାଇଥିଲା । ଏହି ନିଯୁକ୍ତି ପାଇଁ ଗ୍ରାମର ଅବିବାହିତ ମହିଳା ଓ ବିବାହିତା ମହିଳା ମନ୍ଧ୍ୟ ଆବେଦନ କରିଥିଲେ । ଆଉ ଏହା ପରେ ସବୁ ଦୃଷ୍ଟି କୁ ଆଖି ଆଗରେ ରଖି ବିବାହିତା ମହିଳା ଙ୍କୁ ନିଯୁକ୍ତି ଦେବା ପାଇଁ ଗ୍ରାମର ଅନେକ ବରିଷ୍ଠ ବ୍ୟକ୍ତି ଓ ସ୍ତାନୀୟ ସରପଞ୍ଚ ମନ୍ଧ୍ୟ ଗଁଦିଆ CDPO ଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ଯେଉଁ ଲିଖିତ ଅଭିଯୋଗ କୁ CDPO ମହାଶୟା ଙ୍କ ପାଖରେ ଦିଆ ଯାଇଥିଲା । ଏମିତି ଯଦି କେହି ଅଭିଯୋଗ କରନ୍ତି ତେବେ ସେହି ଅଭିଯୋଗ କୁ ଆଲୋଚନା କରାଯିବ ବୋଲି ଡକୁମେଣ୍ଟ ଭେରୀଫିକେସନ ସମୟରେ କହିଲେ ଗଁଦିଆ CDPO ମହାଶୟା । କିନ୍ତୁ ଦୁଃଖର କଥା ଏହି କି ଯେ CDPO ମହାଶୟା କହିବା ଅନୁଯାୟୀ କାହାକୁ କିଛି ନ ଜଣାଇ,ଅବିବାହିତ ମହିଳା ଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଯେଉଁଥି ପାଇଁ ଅଙ୍ଗନବାଡି ସହ ଜଡିତ ଥିବା ୱାର୍ଡ ର ସମସ୍ତ ପରିବାର ଅସନ୍ତୋଷ ରେ ଥିବା ଦେଖିବାକୁ ମିଳିଛି । ଏମିତି କି ଲୋକେ ମାନେ ଲିଖିତ ଆକାର ରେ କରିଥିବା ଅଭିଯୋଗ ଉପଜିଲ୍ଲାପାଳ ଙ୍କ ପାଖରେ ପଂହଁଚିଛି କି ନାହିଁ ଲୋକେ ସନ୍ଦେହ କରୁଛନ୍ତି । ଯେଉଁଥି ପାଇଁ ସେହି ଅଭିଯୋଗ କୁ ଆଉ ଥରେ ସୋସିଆଲ ମିଡିଆ ଦ୍ୱାରା ଅଧିକାରୀ ମାନଙ୍କୁ ପଠା ଯାଇଛି । କାରଣ କେହି ବି ଲୋକେ ଏହି ନିଯୁକ୍ତି ରେ ଖୁସି ନାହାନ୍ତି ବୋଲି ଶୁଣିବା କୁ ମିଳୁଛି । ଏମିତି କି ଏହି ଅଭିଯୋଗ ପତ୍ର କୁ ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ,ଜିଲ୍ଲା ଅଧିକାରୀ ଓ ଅଙ୍ଗନବାଡି ନିଯୁକ୍ତି ସହ ଜଡିତ ଥିବା ସମସ୍ତ ଅଧିକାରୀ ଙ୍କୁ ପଠାଇବେ ବୋଲି ଜଣା ପଡ଼ିଛି । ତା ସହ ଏହି ନିଯୁକ୍ତି କୁ ବନ୍ଦ କରିବା ପାଇଁ ଓକିଲ ଙ୍କ ପରାମର୍ଶ ମନ୍ଧ୍ୟ ନେଇଥିବା ଜଣା ପଡ଼ିଛି ।'